My Dream! Aapko inspire karne ke liye main yahaan hoon. Lipsync songs, motivational dialogues, aur kuch naya sikhne ke liye mere videos dekhein. Odia, Hindi, Bengali, English, aur kai languages mein content ke saath, main aapko 100% entertainment dene ki koshish karta hoon. Mere channel par aapko shorts, live streams, aur long videos milenge, jismein main apne daily life ke experiences share karta hoon. Mere channel ko subscribe karein aur mere saath judiye rahein! @nantulifestyle #nantulifestyl
Thursday, July 24, 2025
Tuesday, July 8, 2025
ପରମ ପୁରୁଷ ଭଗବାନ୍ ଶ୍ରୀକୃଷ୍ଣ @nantulifestyle #nantulifestyle
ପରମ ପୁରୁଷ ଭଗବାନ୍
ଶ୍ରୀକୃଷ୍ଣ
ବିଷୟ ସୁଚି
୧. ଭଗବାନ ଶ୍ରୀକୃଷ୍ଣଙ୍କ ଆବିର୍ଭାବ
୨. ଗର୍ଭରେ ଥିବା ଭଗବାନ୍ ଶ୍ରୀକୃଷ୍ଣଙ୍କୁ ଦେବତାମାନଙ୍କ ପ୍ରାର୍ଥନା
୩. ଭଗବାନ୍ କୃଷ୍ଣଙ୍କର ଜନ୍ମ
୪. କଂସଅତ୍ୟାଚାର ଆରମ୍ଭକଲା
୫. ନନ୍ଦ ଓ ବସୁଦେବର ସାକ୍ଷାତ
୬. ପୂତନା ବଧ
୭. ତୃଣାର୍ଭର ମୁକ୍ତି
୮. ବିଶ୍ଵରୂପ ଦର୍ଶନ
୯. ମାଆ ଯଶୋଦା ଶ୍ରୀକୃଷ୍ଣଙ୍କୁ ବାନ୍ଧିଲେ
୧୦. ନଳକୁବେର ଓ ମଣିଗ୍ରୀବର ମୁକ୍ତି
୧୧. ବତ୍ସାସୁର ଓ ବକାସୁର ବଧ
୧୨. ଅଘାସୁର ବଧ
୧୩. ଶ୍ରୀ ବ୍ରହ୍ମାଜୀଙ୍କର ଗୋପବାଳକ ଓ ବତ୍ସାହରଣ
୧୪. ବ୍ରହ୍ମାଙ୍କର ଭଗବାନ୍ ଶ୍ରୀକୃଷ୍ଣଙ୍କୁ ପ୍ରାର୍ଥନା
୧୫. ଧେନୁକାସୁର ବଧ
୧୬. କାଳୀୟ ଦଳନ
୧୭. ବନାଗ୍ନି ନିର୍ବାପନ
୧୮. ପ୍ରଳମ୍ବାସୁର ବଧ
୧୯. ବନାଗ୍ନି ଗ୍ରାସ
୨୦. ଶରତ ବର୍ଣ୍ଣନା
୨୧. ଗୋପିମାନେ ବଂଶୀଧ୍ୱନି ଦ୍ୱାରା ଆକୃଷ୍ଟ ହେଲେ
୨୨. ଗୋପଯୁବତୀଙ୍କର ବସ୍ତ୍ରହରଣ
୨୩. ଯାଞ୍ଜିକ ବ୍ରାହ୍ମଣ - ସ୍ତ୍ରୀମାନଙ୍କର ଉଦ୍ଧାର
୨୪. ଗୋବଦ୍ଧନ ପୂଜା
୨୫. ବୃନ୍ଦାବନରେ ପ୍ରବଳ ବୃଷ୍ଟିପାତ
୨୬. ଆଶ୍ଚର୍ଯ୍ୟଜନକ କୃଷ୍ଣ.
୨୭. ସ୍ୱର୍ଗରରାଜା ଇନ୍ଦ୍ରତ୍ୱଙ୍କ ପ୍ରାର୍ଥନା
୨୮. ବରୁଣ କବଳରୁ ନନ୍ଦ ମହାରାଜାଙ୍କର ଉଦ୍ଧାର
୨୯. ରାସନୃତ୍ୟ ଆରମ୍ଭ
୩୦ . ଗୋପୀମାନଙ୍କ ମେଳରୁ ଶ୍ରୀକୃଷ୍ଣଙ୍କର ଅଦୃଶ୍ୟ
୩୧. ଗୋପୀମାନଙ୍କ ଗାନ
୩୨. ରାସନୃତ୍ୟ ବର୍ଣ୍ଣନା
୩୩. ବିଦ୍ୟାଧରର ମୁକ୍ତି ଏବଂ ଶଙ୍ଖାସୁର ବଧ
୩୪. ଗୋପୀମାନଙ୍କର ବିରହ ବ୍ୟଥା ଅନୁଭବ
୩୫. ଶ୍ରୀକୃଷ୍ଣଙ୍କୁ ଆଣିବାପାଇଁ କଂସର ଅକ୍ରୂର ପ୍ରେରଣ
୩୬. କେଶୀଦୈତ୍ୟ ଏବଂ ବ୍ୟୋମାସୁର ବଧ
୩୭. ଅକ୍ରୂରର ବୃନ୍ଦାବନରେ ପ୍ରବେଶ
୩୮. ଅକ୍ରୂରର ପ୍ରତ୍ୟାଗମନ ଏବଂଶମୁନା
ନଦୀ ମଧ୍ୟରେ ବିଷ୍ଣୁଲୋକ ଦର୍ଶନ
୩୯. ଅକ୍ରୂରର ପ୍ରାର୍ଥନା
୪୦. କୃଷ୍ଣଙ୍କର ମଥୁରା ପ୍ରବେଶ
୪୧. ଯଜ୍ଞସ୍ଥଳରେ ଧନୁର୍ଭଙ୍ଗ
୪୨. କୁବଳୟା ପୀଡ଼ ହସ୍ତୀ ବଧକ
୪୩. କଂସ ବଧ
୪୪. ଶ୍ରୀକୃଷ୍ଣଙ୍କର ଗୁରୁପୁତ୍ର ଉଦ୍ଧାର
୪୫. ଉଦ୍ଧବର ବୃନ୍ଦାବନ ପରିଦର୍ଶନ
୪୬. ଗୋପୀମାନଙ୍କୁ କୃଷ୍ଣଙ୍କର ବାର୍ଭା ପ୍ରଦାନ
୪୭. କୃଷ୍ଣ ତାଙ୍କର ଭକ୍ତମାନଙ୍କୁ ଆନନ୍ଦ ଦିଅନ୍ତି
୪୮. କୁଟିଳ ଧୃତରାଷ୍ଟ୍ର
୪୯. କୃଷ୍ଣଙ୍କର ଦ୍ଵାରକା ଦୁର୍ଗ ନିର୍ମାଣ
୫୦. ମୁଚୁକୁନ୍ଦ – ଉଦ୍ଧାର
୫୧. ରଣ୍ଡୋର କୃଷ୍ଣ
୫୨. କୃଷ୍ଣଙ୍କର ରୁକ୍ମିଣୀ ହରଣ
୫୩. କୃଷ୍ଣଙ୍କଦ୍ୱାରା ସମସ୍ତ ରାଜପୁତ୍ର ପରାସ୍ତ ଓ ରୁକ୍ମିଣୀଙ୍କୁ ଦ୍ଵାରକା ଆନାୟନ
୫୪. କୃଷ୍ଣ ଓ ରୁକ୍ମିଣୀଙ୍କ ପୁତ୍ରରୂପେ ପ୍ରଦ୍ୟୁମ୍ନର ଜନ୍ମ
୫୫. ସମ୍ୟନ୍ତକ ମଣି କଥା
୫୬. ସତ୍ରାଜିତ ଏବଂ ଶତଧନ୍ସା ବଧ
୫୭. କୃଷ୍ଣଙ୍କର ପଞ୍ଚକନ୍ୟା ବିବାହ
୫୮. ଭୌମାସୁରର ମୁକ୍ତି
୫୯. କୃଷ୍ଣ ଓ ରୁକ୍ମିଣୀଙ୍କ ମଧ୍ୟରେ କଥୋପକଥନ
୬୦. କୃଷ୍ଣଙ୍କ ପରିବାରର ବଂଶବଳୀ
୬୧. ଉଷା ଓ ଅନିରୁଦ୍ଧର ମିଳନ
୬୨. ଭଗବାନ୍ ଶ୍ରୀ କୃଷ୍ଣଙ୍କର ବାଣାସୁର ସହଯୁଦ୍ଧ
୬୩. ନୃଗ ରାଜାଙ୍କ ଚରିତ
୬୪. ଶ୍ରୀ ବଳରାମଜୀଙ୍କର ବୃନ୍ଦାବନ ପରିଦର୍ଶନ
୬୫. ପୌଣ୍ଡ୍ରକ ଏବଂ କାଶୀରାଜାଙ୍କର ମୁକ୍ତି
୬୬. ଦ୍ଵିବିଦ ମର୍କଟର ମୁକ୍ତି
୬୭. ଶାମ୍ବର ବିବାହ
୬୮. ଦେବର୍ଷି ନାରଦ ଭଗବାନ୍ ଶ୍ରୀକୃଷ୍ଣଙ୍କର ବିଭିନ୍ନ ଗୃହ ପରିଦର୍ଶନ କଲେ
୬୯. ଭଗବାନ୍ ଶ୍ରୀକୃଷ୍ଣଙ୍କର ଦୈନନ୍ଦିନ କର୍ମ
୭୦. ଇନ୍ଦ୍ରପ୍ରସ୍ଥରେ ଭଗବାନ୍ ଶ୍ରୀକୃଷ୍ଣ
୭୧. ଜରାସନ୍ଧ ମୁକ୍ତି
୭୨. ଭଗବାନ୍ ଶ୍ରୀକୃଷ୍ଣଙ୍କର ହସ୍ତିନାପୁରକୁ ପ୍ରତ୍ୟାବର୍ତ୍ତନ
୭୩. ଶିଶୁପାଳର ମୁକ୍ତି
୭୪. ରାଜସୂୟଯଜ୍ଞ ଶେଷରେ ଦୁର୍ଯ୍ୟୋଧନ କାହିଁକି ଅପମାନିତ ହେଲା
୭୫. ଶାଲ୍ସ ଏବଂ ଯଦୁବଂଶ ଲୋକମାନଙ୍କ ମଧ୍ୟରେ ଯୁଦ୍ଧ
୭୬. ଶାଲ୍ସର ମୁକ୍ତି
୭୭. ଦନ୍ତବକ୍ର, ବିଦୂରଥ ଏବଂ ରୋମହର୍ଷଣ ବଧ
୭୮. ବଲବଲର ମୁକ୍ତି ଏବଂ ଶ୍ରୀବଳରାମଜୀଙ୍କର ତୀର୍ଥ ଭ୍ରମଣ
୭୯. ଭଗବାନ୍ ଶ୍ରୀକୃଷ୍ଣଙ୍କର ସୁଦାମା ବ୍ରାହ୍ମଣସହ ଭେଟ
୮୦. ବ୍ରାହ୍ମଣ ସୁଦାମାଙ୍କର ଭଗବାନ୍ ଶ୍ରୀକୃଷ୍ଣଙ୍କଠାରୁ ଆଶୀର୍ବାଦ ପ୍ରାପ୍ତି
୮୧. ଭଗବାନ୍ ଶ୍ରୀକୃଷ୍ଣ ଓ ଶ୍ରୀ ବଳରାମଜୀ ବୃନ୍ଦାବନର ଅଧୂବାସୀମାନଙ୍କୁ ଭେଟିଲେ
୮୨. ଦ୍ରୌପଦୀଙ୍କର କୃଷ୍ଣଙ୍କର ରାଣୀମାନଙ୍କ ସହ ଭେଟ
୮୩.ବସୁଦେବଙ୍କର ଯଜ୍ଞାନୁଷ୍ଠାନ
୮୪. ବସୁଦେବଙ୍କୁ ଜ୍ଞାନୋପଦେଶ ଏବଂ ଭଗବାନ୍ ଶ୍ରୀକୃଷ୍ଣଙ୍କ
କର୍ତ୍ତୃକ ଦେବକୀଙ୍କର ଛ’ମୃତ –ପୁତ୍ରଙ୍କର ଆନୟନ
୮୫. ସୁଭଦ୍ରାହରଣ ଏବଂ ଭଗବାନ୍ ଶ୍ରୀକୃଷ୍ଣଙ୍କର ଶ୍ରୁତଦେବ ଏବଂ ବହୁଳାଶ୍ୱଙ୍କ ସହ ଭେଟ
୮୬. ମୂର୍ତ୍ତିମନ୍ତ ବେଦମାନଙ୍କର ପ୍ରାର୍ଥନା
୮୭. ଶ୍ରୀ ଶିବଜୀଙ୍କର ଉଦ୍ଧାର
୮୮. ଶ୍ରୀକୃଷ୍ଣଙ୍କର ଅତି ଚମତ୍କାର ଶକ୍ତି
୮୯. ଭଗବାନ୍ ଶ୍ରୀକୃଷ୍ଣଙ୍କର ଲୀଳାର ସଂକ୍ଷିପ୍ତ ବର୍ଣ୍ଣନା
୧ଭଗବାନ ଶ୍ରୀକୃଷ୍ଣଙ୍କ ଆବିର୍ଭାବ
ଏକଦା ଏ ପୃଥିବୀ ବିଭିନ୍ନ ରାଜାମାନଙ୍କର ଅଯଥା ପ୍ରତିରକ୍ଷା ଶକ୍ତିରେ ଭାରାକ୍ରାନ୍ତ ହୋଇପଡ଼ିଲା । ସେ ରାଜାମାନେ ବାସ୍ତବରେ ଅସୁର ଥିଲେ, କିନ୍ତୁ ରାଜାଙ୍କ ପରି ଆଚରଣ କରୁଥିଲେ । ସେ ସମୟରେ ସମୁଦାୟ ପୃଥିବୀ ସେହି ଅସୁର ସ୍ୱଭାବସଂପନ୍ନ ରାଜାମାନଙ୍କ ଅତ୍ୟାଚାରରେ ଥରହର ହେଉଥିଲା । ଏ ପୃଥିବୀର ଅଧିଷ୍ଠାତ୍ରୀଦେବୀ ଭୂମି, ଅସୁରରାଜାମାନଙ୍କ ଅତ୍ୟାଚାରଯୋଗୁଁ ତାକୁ ଯେ, କି ବିପଦ ଭୋଗିବାକୁ ପଡ଼ୁଛି ସେହି କଥା କହିବା ପାଇଁ ବ୍ରହ୍ମାଙ୍କ ପାଖକୁ ଗଲା । ଭୂମି ଏକ ଗାଈ ରୂପ ହୋଇ ଲୋତକପୂର୍ଣ୍ଣ ଚକ୍ଷୁରେ ବ୍ରହ୍ମାଙ୍କ ସମ ସମକ୍ଷରେ ଉପସ୍ଥିତ ହେଲା । ଭଗବାନ୍ଙ୍କ ଦୟା ଉଦ୍ରେକ କରିବା ନିମିତ୍ତ ସେ ଅତ୍ୟନ୍ତ ଦୁଃଖୁତ ହୋଇ କ୍ରନ୍ଦନ କରୁଥିଲା । ସେ ପୃଥିବୀର ବିପଦପୂର୍ଣ୍ଣ ଅବସ୍ଥା କଥା ବର୍ଣ୍ଣନା କଲା ।ଏହା ଶୁଣି ବ୍ରହ୍ମାଜୀ ଅତ୍ୟନ୍ତ ଦୁଃଖତ ହେଲେ ଏବଂ ସେ ସାଙ୍ଗେ ସାଙ୍ଗେ କ୍ଷୀର ସାଗର ତଟକୁ ଗଲେ, ଯେଉଁଠାରେ ଭଗବାନ୍ ବିଷ୍ଣୁ ରହୁଥିଲେ । ଶିବଙ୍କ ନେତୃତ୍ୱରେ ଅନ୍ୟ ସମସ୍ତ ଦେବତା ବ୍ରହ୍ମାଙ୍କର ଅନୁଗମନ କଲେ ଏବଂ ଭୂମି ମଧ୍ଯ ସେମାନଙ୍କର ଅନୁଗମନ କଲା । ଯେଉଁ ବିଷ୍ଣୁ ପୂର୍ବେ ଦିବ୍ୟ ଶୂକରରୂପ ଧାରଣ କରି ପୃଥିବୀକୁ ରକ୍ଷା କରିଥିଲେ, କ୍ଷୀରସାଗର ତଟରେ ଉପସ୍ଥିତ ହୋଇ ବ୍ରହ୍ମାଜୀ ସେଇ ବିଷ୍ଣୁଙ୍କୁ ସନ୍ତୁଷ୍ଟ କରିବାକୁ ଆରମ୍ଭକଲେ ।
ବେଦ ମନ୍ତ୍ରରେ ‘‘ପୁରୁଷ ସୂକ୍ତ’’ ନାମକ ଏକ ସ୍ଵତନ୍ତ୍ର ପ୍ରାର୍ଥନା ଅଛି । ସାଧାରଣତଃ ଦେବତାଗଣ ପୁରୁଷ ସୂକ୍ତ ଆବୃଦ୍ଧି କରି ଭଗବାନ୍ ବିଷ୍ଣୁଙ୍କୁ ପ୍ରଣାମ ଜଣାନ୍ତି । ଏଥିରୁ ଏହା ସୂଚିତ ହେଉଅଛି ଯେ, ଯେତେବେଳେ ଲୋକ (ଭୁବନ)ରେ ଉପଦ୍ରବ ହୁଏ | ସେତେବେଳେ ଲୋକର ଅଧିଷ୍ଠାତ୍ରାଦେବତା, ଲୋକର ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କୁ ଭେଟନ୍ତି । ବ୍ରହ୍ମାଜୀ ଭଗବାନ୍ ବିଷ୍ଣୁଙ୍କୁ ଭେଟନ୍ତି । ( କିନ୍ତୁ ତାଙ୍କ ଭେଟିବା ଏକ ସ୍ଵତନ୍ତ୍ର ଧରଣର) । ସେ ବିଷ୍ଣୁଙ୍କୁ ପ୍ରତ୍ୟେକ୍ଷ ଭାବରେ ଭେଟନ୍ତି ନାହିଁ । ସେ କ୍ଷୀର ସାଗର ତଟରେ ଉପସ୍ଥିତ ହୋଇ ବିଷ୍ଣୁଙ୍କୁ ଭେଟନ୍ତି । ଏ ବ୍ରହ୍ମାଣ୍ଡରେ ‘ଶ୍ଵେତଦୀପ’ ନାମକ ଏକ ଲୋକ ଅଛି ଏବଂ ସେହି ଲୋକରେ ‘କ୍ଷୀରସାଗର’ ନାମକ ଏକ ସାଗର ଅଛି । ବିଭିନ୍ନ ପ୍ରକାର ବୈଦିକ ସାହିତ୍ୟରୁ ଏହା ସୂଚିତ ହୁଏ ଯେ, ଯେପରି ଏଇ
Subscribe to:
Posts (Atom)
Visit My Store
My popular post
-
ପରମ ପୁରୁଷ ଭଗବାନ୍ ଶ୍ରୀକୃଷ୍ଣ ବିଷୟ ସୁଚି ୧. ଭଗବାନ ଶ୍ରୀକୃଷ୍ଣଙ୍କ ଆବିର୍ଭାବ ୨. ଗର୍ଭରେ ଥିବା ଭଗବାନ୍ ଶ୍ରୀକୃଷ୍ଣଙ୍କୁ ଦେବତାମାନଙ୍କ ପ୍ରାର୍ଥନା ୩. ଭଗବାନ...
-
Video Mera Pyara Dog Julie 🐕* Julie ek bahut hi pyaara aur shaitan dog hai. Jab camera ke samne aata hai, toh woh aise behave karta hai jai...